ଶ୍ରୀକ୍ଷେତ୍ରରେ ଭିତର ଚନ୍ଦନଯାତ୍ରା : ଅପରା ଏକାଦଶୀ ରେ ମହାପ୍ରଭୁଙ୍କ ଜଳକ୍ରୀଡା
ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ହଳଦୀପାଣି ନୀତି ସହ ସମାପ୍ତ ହୋଇଛି।ଆରମ୍ଭ ହୋଇଛି ୨୧ଦିନର ଭିତର ଚନ୍ଦନ ନୀତି। ଭିତର ଚନ୍ଦନ ୨୧ ଦିନ ମଧ୍ୟରୁ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ (ଜଳକ୍ରୀଡ଼ା ଏକାଦଶୀ) , ସାବିତ୍ରୀ ଅମାବାସ୍ୟା , ଶୀତଳ ଷଷ୍ଠୀ ଏବଂ ରୁକୁଣା ହରଣ ଏକାଦଶୀ ଦିନ ଶ୍ରୀ ମନ୍ଦିର ମଧ୍ୟରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ଶ୍ରୀଜୀଉମାନେ ଜଳକ୍ରୀଡ଼ା କରିଥାନ୍ତି। ଦ୍ବିପ୍ରହର ଧୂପ ପରେ ଶ୍ରୀ ମଦନମୋହନ ଓ […]