ଆଉକିଛି ଦିନ ପରେ ହେବ ମାଁ ଙ୍କ ଆଗମନ , ଏଥିପାଇଁ ସମସ୍ତଙ୍କ ମନରେ ଉତ୍ସାହ । ମାଁ ଆଗମନକୁ ସମସ୍ତେ ଚାତକ ପରି ଚାହିଁ ରହିଥିବା ବେଳେ ଏହା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ବର୍ଷା ବେଳେ ବେଳେ ଦାଉ ସାଜୁଥିବା ବେଳେ ଏହାକୁ କେହି ଖାତିର ନକରି ସମସ୍ତେ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ସେପଟେ ମାଁ ଙ୍କୁ ଅଧିକ ଆକର୍ଷଣ ରେ ସଜାଇବା ପାଇଁ ସୁନ୍ଦର୍ କାଗଜ , ଜରି, ଚୁମୁକି, ଜମ୍ବୁରା ଓ ବୁଲେନ୍ ଜରି ରେ ପ୍ରସ୍ତୁତ ହେଉଛି ସୁନ୍ଦର୍ ମେଢ଼ । ଚାନ୍ଦୀ ମେଢ଼ ପରି ନୁହଁ କିନ୍ତୁ ଇଏ ହଉଛି ଅସଲ୍ କଟକୀ ମେଢ଼ ଯାହା ରାତିରେ ମହତାବ ଆଲୁଅ ରେ ଅଧିକ ସୁନ୍ଦର୍ ଦେଖାଯାଏ ।
ତେବେ ଏହି କଟକୀ ଜରି ଓ କାଗଜ ମେଢ଼ ର ଚାହିଦା କାହିଁ କେବେଠୁ ରହିଆସିଛି । ସହର ର ବାଙ୍କା ବଜାର, ଓଡ଼ିଆ ବଜାର, ଭଣ୍ଡାରି ସାହି, ବକ୍ସି ବଜାର , ଫିରିଙ୍ଗି ବଜାର ଭଳି ଆଉରି ଅନେକ ସ୍ଥାନ ରେ ମାଁ ଙ୍କ ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ମାନେ ମେଢ଼ ତିଆରି କରନ୍ତି ଯାହା ପ୍ରକୃତ କଟକ ଭାଇଚାରା ର ପ୍ରତୀକ କୁ ଦର୍ଶାଇଥାଏ। ତେବେ ସେମାନଙ୍କ ଭିତରୁ ଜଣେ ହେଲେ ‘ଜାପାନୀ ସିଂ’ ଯାହା ଙ୍କ ନାମ ପ୍ରଥମେ ଆସେ ।
Also Read: Cuttack Durga Puja all Updates
କଟକ ଫିରିଙ୍ଗି ବଜାରର ଜାପାନୀ ସିଂ ତାଙ୍କ ଘରେ ନିଜେ ଓ ତାଙ୍କ ସହଯୋଗୀ ଙ୍କ ସହ ବର୍ଷ ତମାମ ମେଢ଼ କାମ କରିଥାନ୍ତି । ମେଢ଼ ସହ ଜରି ମୁକୁଟ, ବିବାହ ପାଲିଙ୍କି ,ଠାକୁରଙ୍କ ସାଜ ଆଦି ସେ ପ୍ରସ୍ତୁତ କରିଥାନ୍ତି । ତେବେ ତାଙ୍କର ଏହି ରୁଚି ପିଲା ଦିନରୁ ରହି ଆସିଛି ଯାହା ତାଙ୍କୁ ଆଜି ଅଧିକ ପରିଚିତ କରିଛି । କାଗଜ ଓ ଜରି ମେଢ଼ ତିଆରି ରେ ଓଡ଼ିଶା ଓ ଓଡିଶା ବାହାରେ ତାଙ୍କର ବହୁତ୍ ଖ୍ୟାତି ରହିଆସିଛି ଯାହା ପାଇଁ ସେ ବହୁବାର ପୁରସ୍କୃତ ହୋଇଆସିଛନ୍ତି । ବିଭିନ୍ନ ପୂଜା କମିଟି ର ପସନ୍ଦ କୁ ଦେଖି ଭଲ ଦାମ୍ ରେ ମେଢ଼ ପ୍ରସ୍ତୁତ କରନ୍ତି ଜାପାନୀ ସିଂ । ସେହିପରି ବର୍ଷ ତମାମ ମେଢ଼ କାମ କରିବା ସହ ଜାପାନୀ ସିଂ ଅନ୍ୟ ସମୟରେ ସାହି ର ପୂଜା କମିଟିରେ ମଧ୍ୟ କାର୍ଯ୍ୟ ସମ୍ପାଦନା କରିଥାନ୍ତି ।
Also Read: Abhijit Majumdar Oye Oye, Durga Puja Song.
Content Team : FJR Sashanka